ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ଶତାବ୍ଦୀର ଭକ୍ତ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ସ୍ମରଣରେ ତାଙ୍କର ୨୧୬ ଫୁଟ ଉଚ୍ଚତା ବିଶିଷ୍ଟ "ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି” ଦେଶକୁ ଉତ୍ସର୍ଗ କରିବେ
ପ୍ରଧାନମନ୍ତ୍ରୀ ଆଇସିଆରଆଇଏସ୍‍ଏଟି ର ୫୦ ତମ ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିବା ସହିତ ଦୁଇଟି ଗବେଷଣା ସୁବିଧାର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୫ ଜାନୁୟାରୀ ୨୦୨୨ ରେ ହାଇଦ୍ରାବାଦ ଗସ୍ତ କରିବେ । ଅପରାହ୍ନ ପ୍ରାୟ ୨.୪୫ ସମୟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ପାଟାନଚେରୁ ସ୍ଥିତ ଇଣ୍ଟରନେସନାଲ କ୍ରପସ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଫର ଦି ସେମି-ଆରିଡ ଟ୍ରୋପିକ୍ସ (ଆଇସିଆରଆଇଏସ୍‍ଏଟି) ପରିସର ପରିଦର୍ଶନ କରିବେ ଏବଂ ଆଇସିଆରଆଇଏସ୍‍ଏଟିର ୫୦ତମ ବାର୍ଷିକ ଉତ୍ସବକୁ ଶୁଭାରମ୍ଭ କରିବେ । ଅପରାହ୍ନ ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ " ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି “ ଦେଶକୁ ଉତ୍ସର୍ଗ କରିବେ ।

୨୧୬ ଫୁଟ ଉଚ୍ଚର ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ଏକାଦଶ ଶତାବ୍ଦୀର ଭକ୍ତ ସନ୍ଥ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ସ୍ମରଣ କରେ, ଯିଏ ବିଶ୍ୱାସ, ଜାତି ଏବଂ ଧର୍ମ ସମେତ ଜୀବନର ସମସ୍ତ ଦିଗରେ ସମାନତାର ଧାରଣାକୁ ପ୍ରୋତ୍ସାହିତ କରିଥିଲେ । ଏହି ପ୍ରତିମୂର୍ତ୍ତି ପଞ୍ଚଲୋହା ବା ପାଞ୍ଚଟି ଧାତୁର ମିଶ୍ରଣ: ସୁନା, ରୂପା, ତମ୍ବା, ପିତ୍ତଳ, ଏବଂ ଜଙ୍କକୁ ମିଶାଇ ର୍ନିମିତ ଏବଂ ଏହା ବସିବା ଅବସ୍ଥାରେ ବିଶ୍ୱର ସବୁଠାରୁ ଉଚ୍ଚ ଧାତବ ମୂର୍ତ୍ତି ମଧ୍ୟରୁ ଅନ୍ୟତମ । ଏହା ଏକ ଭଦ୍ର ବେଦୀ ନାମକ ଏକ ୫୪ ଫୁଟ ଉଚ୍ଚ କୋଠା ଉପରେ ସ୍ଥାପିତ ହୋଇଛି, ଏକ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥ, ଥିଏଟର, ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଅନେକ କାର୍ଯ୍ୟର ବିସ୍ତୃତ ବିବରଣୀ ପାଇଁ ଏକ ମହଲା ରହିଛି । ଏହି ପ୍ରତିମୂର୍ତ୍ତିକୁ ଶ୍ରୀ ରାମାନୁଜାଚାର୍ଯ୍ୟ ଆଶ୍ରମର ଶ୍ରୀ ଚିନ୍ନା ଜିଆର ସ୍ୱାମୀ ଧାରଣା ଦେଇଛନ୍ତି ।

କାର୍ଯ୍ୟକ୍ରମ ସମୟରେ, ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନ ଯାତ୍ରା ଉପରେ ୩ଡି ଉପସ୍ଥାପନା ମ୍ୟାପିଂ ମଧ୍ୟ ପ୍ରଦର୍ଶିତ ହେବ । ପ୍ରଧାନମନ୍ତ୍ରୀ ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପରିସରରେ ଥିବା ୧୦୮ ଦିବ୍ୟ ଦେଶମର (ସମାନ ଭାବରେ ଖୋଦିତ ମନ୍ଦିର) ର ପରିଦର୍ଶନ କରିବେ ।

ଶ୍ରୀ ରାମାନୁଜାଚାର୍ଯ୍ୟ ଜାତି, ଲିଙ୍ଗ, ଜାତି, କିମ୍ବା ଧର୍ମ ର୍ନିବିଶେଷରେ ପ୍ରତ୍ୟେକ ମଣିଷର ଆବେଗ ସହିତ ସମାନ ହେବା ସହିତ ନିରନ୍ତର ଭାବେ କାର୍ଯ୍ୟ କରିଥିଲେ । ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟିର ଉଦଘାଟନ ହେଉଛି ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ୧୦୦୦ ତମ ଜନ୍ମ ବାର୍ଷିକୀ ଉତ୍ସବ ପାଇଁ ୧୨ ଦିନ ବ୍ୟାପି ପାଳନ ହେଉଥିବା ଶ୍ରୀ ରାମାନୁଜ ସାହସ୍ରାବ୍ଦୀ ସମାରୋହମର ଏକ ଅଂଶ ବିଶେଷ ।

ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଇସିଆରଆଇଏସ୍‍ଏଟି ର ୫୦ ତମ ବାର୍ଷିକ ଉତ୍ସବ ପାଳନର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଆଇସିଆରଆଇଏସ୍‍ଏଟିର ଉଦ୍ଭିଦ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଗବେଷଣା ସୁବିଧା ଏବଂ ଆଇସିଆରଆଇଏସ୍‍ଏଟିର ରାପିଡ୍ ଜେନେରେସନ୍ ଆଡଭାନ୍ସମେଣ୍ଟ ଫାସିଲିଟିର ଉଦଘାଟନ କରିବେ ।ଣ୍ଟ ଏହି ଦୁଇଟି ସୁବିଧା ଏସିଆ ଏବଂ ସବ୍‍-ସାହରନ ଆଫ୍ରିକାର କ୍ଷୁଦ୍ରଚାଷୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ । ପ୍ରଧାନମନ୍ତ୍ରୀ ମଧ୍ୟ ଆଇସିଆରଆଇଏସ୍‍ଏଟିର ଏକ ସ୍ୱତନ୍ତ୍ର ଡିଜାଇନ୍ ହୋଇଥିବା ଲୋଗୋ ଉନ୍ମୋଚନ କରିବେ ଏବଂ ଏହି ଅବସରରେ ଏକ ସ୍ମାରକୀ ଡାକ ଟିକଟର ଉନ୍ମୋଚନ କରିବେ ।

ଆଇସିଆରଆଇଏସ୍‍ଏଟି ହେଉଛି ଏକ ଆନ୍ତର୍ଜାତୀୟ ସଂଗଠନ ଯାହା ଏସିଆ ଏବଂ ସବ-ସାହାରାନ ଆଫ୍ରିକାରେ ବିକାଶ ପାଇଁ କୃଷି ଅନୁସନ୍ଧାନ କରିଥାଏ । ଏହା ଉନ୍ନତ ହାଇବ୍ରିଡ୍‍ ଫସଲ କିସମ ଯୋଗାଇ କୃଷକମାନଙ୍କୁ ସାହାଯ୍ୟ କରେ ଏବଂ ଶୁଷ୍କ ଅଞ୍ଚଳର କ୍ଷୁଦ୍ର ଚାଷୀଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବାରେ ସାହାଯ୍ୟ କରେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch